The poems in the collection elegantly juxtapose statements of intense resistance and empathy. With a wide thematic spectrum on a large range of issues – a political system defeated in its purpose, the actual issues plaguing the forest communities, dalits and other classes at the margins, displacement, sensitive subjects of moral decadence, religion and gender – the collection testifies to the poet’s discerning introspection and creative realization in its aesthetic pronouncement. The poems are grounded in tradition, yet challenge it with a rare courage, particularly its sacrosanct labels of ‘truth’ and ‘conviction’. With sharp irony, the poems tear into current human predicaments, systems and situations that suffocate us and eventually, the dwindling existence of mankind. Each of the twenty-four poems in the collection, symbolic and denotative, raises a convincing toast to the triumph of humanism.
ଏହି କବିତା ସଂକଳନର କବିତାସବୁ ତୀବ୍ର ପ୍ରତିବାଦ ଓ ଗଭୀର ସମ୍ବେଦନଶୀଳତାର ଏକ ସୁନ୍ଦର ସମାବେଶ । ରାଜନୈତିକ ବ୍ୟବସ୍ଥାର ଦୃଶ୍ୟପଟ୍ଟଠୁଁ ନେଇ ଆଦିବାସୀ, ଦଳିତ ତଥା ଅନ୍ୟ ନିମ୍ନବର୍ଗ ସମାଜର ପ୍ରକୃତ ସମସ୍ୟା, ନୈତିକତାର ଅବକ୍ଷୟଠୁଁ ନେଇ ବିସ୍ଥାପନ, ଧର୍ମ, ନାରୀ ଓ ଶିଶୁ ନିର୍ଯ୍ୟାତନା ଭଳି ସ୍ପର୍ଶକାତର ପ୍ରସଙ୍ଗ ଇତ୍ୟାଦି ବିଷୟବସ୍ତୁକୁ ନେଇ ଲେଖାଯାଇଥିବା କବିତାରେ ସୂକ୍ଷ୍ମ ଅନ୍ତର୍ଦୃଷ୍ଟି ଓ ଉପଲବ୍ଧିର କଳାତ୍ମକ ଉଚ୍ଚାରଣ ସୁସ୍ପଷ୍ଟ । ପରମ୍ପରା ଉପରେ ଛିଡ଼ାହୋଇ ପାରମ୍ପରିକ ସତ୍ୟ ଓ ବିଶ୍ୱାସକୁ ପ୍ରଶ୍ନ କରିବା କବିତାଗୁଡ଼ିକର ଅନନ୍ୟ ସାହସ । ଜୀବନ ପ୍ରତି, ଆମକୁ ଘେରି ରହିଥିବା ବ୍ୟବସ୍ଥା ଓ ଅବସ୍ଥା ପ୍ରତି ତୀବ୍ର କଟାକ୍ଷ, ଶ୍ଳେଷଭରା ଦୃଷ୍ଟିଭଂଗୀ ସହ ମଣିଷର ଦୋଦୁଲ୍ୟମାନ ସ୍ଥିତିପ୍ରତି ତୀବ୍ର ବ୍ୟଂଜନା କବିତାର ମୌଳିକତ୍ୱ । ଏଥିରେ ଥିବା ୨୪ଟି ଦୀର୍ଘ କବିତାରୁ ପ୍ରତ୍ୟେକ କବିତା ପ୍ରତୀକାତ୍ମକ ଓ ସୂଚନାଧର୍ମୀ । ମାନବତାର ପ୍ରତିÂା ପାଇଁ ପ୍ରକଟିତ ଆତ୍ମପ୍ରତ୍ୟୟ ହିଁ କବିତାଗୁଡ଼ିକର ବିଶେଷତ୍ୱ ।
Copyright © www.gayatribalapanda.com