Mummy Jaha Jane Nanhi

“MUMMY JAHA JANE NANHI”(Publisher- TIMEPASS)-2016 Page-144, Rupees-115, Novel

‘ମମ୍ମି ଯାହା ଜାଣେନାହିଁ’! ଏହା ଗୋଟିଏ ଶିଶୁର ମନସ୍ତତ୍ତ୍ୱକୁ ନେଇ ଲିଖିତ । ଶିଶୁର ମନର ଲେନ୍ସ୍ରେ ସମାଜକୁ, ସଂସାରକୁ, ଦୁନିଆକୁ ଦେଖିବାର ନିଆରା ଉପକ୍ରମ ମାତ୍ର । ଶିଶୁର ପିଲାଳିଆମି, ଜିଦ୍, ଅଝଟପଣ, ଦୁଷ୍ଟାମି, ଅବାଂତର ପ୍ରଶ୍ନ, ଭୟ, ଆଗ୍ରହ, ଅନାଗ୍ରହ, ନିଜ ଦୃଷ୍ଟିରେ ଦୁନିଆକୁ ଦେଖିବାର, ଭୋଗିବାର ବ୍ୟାକୁଳତା, ରୁଷା, ଅଭିମାନ, ଅଭିଯୋଗ ଏବଂ ତାକୁ ନେଇ ତା’ ପିତାମାତାଙ୍କ ମାନସିକ ଅବସ୍ଥା ମଧ୍ୟ ଏଥିରେ ବର୍ଣ୍ଣିତ । ଏ ଉପନ୍ୟାସଟିର ମୁଖ୍ୟ ସ୍ୱର ହେଉଛି “ସିଙ୍ଗଲ୍ ଚାଇଲ୍ଡ୍ ସିଣ୍ଡେ୍ରାମ୍” । ଏକମାତ୍ର ସନ୍ତାନ ହେଲେ କେଉଁ ପ୍ରକାର ସମସ୍ୟା ଦେଇ ପିଲାଟି ଗତି କରେ? ପିତାମାତାଙ୍କ ଆଶା-ଆକାଂକ୍ଷା ଓ ପିଲାଟିର ଇଚ୍ଛା-ଆଗ୍ରହ ମଧ୍ୟରେ ସଂକୁଚିତ ହୋଇଯାଉଥିବା ଶୈଶବ ପିଲାଟିକୁ କେଉଁ ମୋଡ଼ରେ ନେଇ ଛିଡ଼ା କରାଏ?