Dayanadi

“Dayanadi”(Publisher-Pakshighara)-2017 Page-128,Rupees-125,62 Poems

ଦୟାନଦୀର ସମସ୍ତ କବିତା କଳିଙ୍ଗ ଯୁଦ୍ଧର ଆଧାରଭୂମି ଉପରେ ଛିଡ଼ା ହୋଇଥିଲେ ହେଁ ତାହାର ଅନ୍ତଃସ୍ୱର ଖୁବ୍ ମାର୍ମିକ ଓ ସମ୍ବେଦନଶୀଳ । ଗୋପନରେ ଦେହର ଅଭ୍ୟନ୍ତରରେ ବହୁଥିବା ରକ୍ତର ନଦୀ ପ୍ରକଟିତ ଭାବେ କେତେ ବିଭୀଷିକାମୟ ତାହାର ପ୍ରତୀକାତ୍ମକ ଉଦାହରଣ ହେଉଛି ଦୟାନଦୀ । ଯୁଦ୍ଧର ସମସ୍ତ ବିଭୀଷିକା, ସମସ୍ତ ସ୍ପର୍ଦ୍ଧା ଓ ସମସ୍ତ ଅହଂକାର ଭିତରେ କେବଳ ଗୋଟିଏ ଅନୁଚ୍ଚାରିତ ସ୍ୱର ହିଁ ଗୁଞ୍ଜରିତ ହୁଏ, ତାହା ହେଉଚି ପରାଜୟର । ଏହା ଇତିହାସର କୌଣସି ତାତ୍ତ୍ୱିକ ଆଲୋଚନା ବା କାବ୍ୟରୂପ ନୁହେଁ ବରଂ ଏହା ଇତିହାସର ନଈରେ ନୌଯାତ୍ରା କରୁଥିବା ଏକ କାବି୍ୟକ ସମ୍ବେଦନା ।